ଆତ୍ମସମର୍ପଣ କଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ

ଭୁବନେଶ୍ବର: କନ୍ଧମାଳ ପୁଲିସ ନିକଟରେ ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରେ ଛତିଶଗଡ ସୁକୁମା ଜିଲ୍ଲାର ଡିଭିଜନାଲ ଏରିଆ କମାଣ୍ଡର ମାଧବୀ ବେଟି ଓରଫ ଚମ୍ପା, ଚତିଶଗଡ ବିଜାପୁରର ଏରିଆ କମାଣ୍ଡର ରାଜୁ ଡିଡି ଓରଫ ଅଜୟ ଏବଂ ବିଜାପୁରର ଅନ୍ୟ ଜଣେ ମାଓବାଦୀ ଆଡମ ମାଧବୀ ଓରଫ ମଞ୍ଜୁ ଥିବା ଜଣାଯାଇଛି। ଏହି ମାଓବାଦୀମାନେ ଦକ୍ଷିଣାଞ୍ଚଳ ଆଇଜି, କନ୍ଧମାଳ ଏସ୍‌ପି ଏବଂ ୧୨୭ ବାଟାଲିୟନ କମାଣ୍ଡେଣ୍ଟ ପଙ୍କଜ ବର୍ମାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ମାଓବାଦୀ ସଂଗଠନ ସହିତ ୨୦୦୯, ୨୦୧୧ ଓ ୨୦୧୬ରୁ କାର୍ଯ୍ୟ କରିଆସୁଥିଲେ। ଏମାନେ ଛତିଶଗଡ ଏବଂ ଓଡିଶାରେ ବହୁ ଅପରେସନରେ ସାମିଲ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button