ପୋଖରୀରେ ବୁଡ଼ି ୩ ନାବାଳକ ମୃତ

ଭୁବନେଶ୍ବର: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଗୋଡ଼ିବିଡ଼ା ଗାଁ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ ନୂଆଗାଁ ଥାନା ଖାଲମଡା ଗାଁର ରିତେଶ ପ୍ରଧାନ(୧୧), ଲ୍ଲା ଥାନା ଗୋଡିବିଡା ଗାଁର ଉମାକାନ୍ତ ନାୟକ(୧୦), ଓଡ଼ଗାଁ ଥାନା ପୋଡ଼ାସାହି ଗାଁର ଶୁଭ ଖିଲାଏର (୧୨)। ଗୋଡ଼ିବିଦା ଗାଁକୁ ବାହାଘର ଭୋଜି ଖାଇବାକୁ ୩ ଜଣ ନାବାଳକ ପରିବାର ଲୋକଙ୍କ ସହ ଆସିଥିଲେ। ସକାଳେ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା। ୩ ନାବାଳକ ଗାଧୋଇବା ବେଳେ ବୁଡ଼ି ଯାଉଥିବା ବେଳେ ପୋଖରୀରୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରସ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button