ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ତିନି ମାଓବାଦୀ ମୃତ

ଭୁବନେଶ୍ବର: ଗତ କିଛି ଦିନର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡ଼ା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୁଖ୍ୟତଃ କନ୍ଧମାଳ ଜିଲ୍ଲାର କରଡ଼ା ଗ୍ରାମପଞ୍ଚାୟତର ଅଁଳାପଟା ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଗତିବିଧି ରହିଥିବା ଖବର ପାଇ କନ୍ଧମାଳ ଜିଲ୍ଲାର ପୋଲିସ ଟିମ୍ ଅତିକ୍ରିତ ଭାବରେ ଚଢ଼ାଉ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀଙ୍କୁ ଦେଖି ମାଓବାଦୀ, ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଅନ୍ୟପଟେ ମାଓବାଦୀଙ୍କ ଗୁଳିକୁ କାଉଣ୍ଟର କରିବାକୁ ଯାଇ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଜଣ ମାଓବାଦୀ ନିହତ ହୋଇଥିବା କୁହାଯାଇଥିବା ବେଳେ ପୋଲିସ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ସେପଟେ ଘଟଣାସ୍ଥଳରେ ଜୋରଦାର୍ ଅପରେସନ୍ ଚାଲିଥିବା କୁହାଯାଇଛି ‌।

Related Articles

Leave a Reply

Your email address will not be published. Required fields are marked *

Back to top button