ବାର୍‌ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ଗ୍ରାମରେ ଜଙ୍ଗଲି ଦନ୍ତା ବାର୍‌ହା ଆକ୍ରମଣରେ ୩ ଜଣ ଆହତ ହୋଇ ମେଡିକାଲ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାର୍‌ହା ଆକ୍ରମଣରେ ପରିବାରକୁ ଭେଟିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଜମ୍ବୁ ଗ୍ରାମର ସିଦ୍ଧାର୍ଥ ମିର୍ଦ୍ଧା (୩୫), ରବିନ ମିର୍ଦ୍ଧା (୩୨) ଓ ଆଶାଲତା ମିର୍ଦ୍ଧା ୫୦କୁ ଘର ସମ୍ମୁଖରେ ଥିବାବେଳେ ଜଙ୍ଗଲରୁ ବାହାରି ଆକ୍ରମଣ କରିଥିଲା ବୋଲି କୁହାଯାଇଛି। ସିଦ୍ଧାର୍ଥଙ୍କ ବେକରେ ଗଭୀର କ୍ଷତ ହୋଇଛି। ପ୍ରଚୁର ପରିମାଣରେ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ ଅବସ୍ଥା ସଙ୍କଟାପନ୍ନ ଯୋଗୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଦୁଇ ଆହତ କେନ୍ଦ୍ରାପଡ଼ାରେ ଚିକିତ୍ସିତ ହେଉଥିବା ଖବର ମିଳିଛି। ସ୍ଥାନୀୟ ରେଞ୍ଜରଙ୍କ ନିର୍ଦ୍ଦେଶରେ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଅପରପକ୍ଷରେ ବାର୍‌ହା ଶିକାରୀମାନେ ଫାଶ ବସାଇ ଥିବା ନେଇ ଆଲୋଚନା ଜୋର୍‌ ଧରିଛି। ଏ ସଂକ୍ରାନ୍ତରେ ରେଞ୍ଜର ଶାନ୍ତନୁ କୁମାର ଦଳାଇଙ୍କ ମତାମତ ନେବାରେ ବିଭାଗୀୟ କରଚାରୀଙ୍କ ରିପୋର୍ଟ ଆଧାରରେ ପୀଡ଼ିତମାନଙ୍କୁ ଆଇନ ଅନୁସାରେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button