ସ୍ୱାଭାବିକ ହେଲା ୩ କୋର୍ଟ କାର୍ଯ୍ୟ

ଭୁବନେଶ୍ବର: ବୋମା ଧମକ ସତ୍ତ୍ୱେ ସ୍ୱାଭାବିକ ହେଲା ୩ କୋର୍ଟ କାର୍ଯ୍ୟ । ସମ୍ବଲପୁର, କଟକ , ଦେବଗଡ ଜିଲ୍ଲା କୋର୍ଟ ସ୍ୱାଭାବିକ  ହୋଇଛି। ବମ ସ୍କ୍ୱାଡ, ଡଗ ସ୍କ୍ୱାଡ ଓ ପୋଲିସର ଯାଞ୍ଚ ପରେ କୋର୍ଟ କାର୍ଯ୍ୟ ଆରମ୍ଭ କରାଯାଇଛି । ମୁଖ୍ୟ ବିଚାରପତି ଓ ଆଉ ୩ ବିଚାରପତି ଆରମ୍ଭ କଲେ ଶୁଣାଣି । ସୂଚନାଥାଉକି, ଆଜି ସକାଳେ ୩ କୋର୍ଟକୁ ବୋମା ଧମକ ମିଳିଥିଲା । ସମ୍ବଲପୁର, କଟକ , ଦେବଗଡ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଥିଲ।। ଇ- ମେଲ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ ଆସିଥିଲା । ଏନେଇ ସମ୍ବଲପୁର , ଦେବଗଡ କୋର୍ଟ ପରିସରରେ ଆଣ୍ଟି ବମ ସ୍କ୍ୱାଡ ଦ୍ୱାରା ଯାଞ୍ଚ କରାଯାଇଛି । ଦେବଗଡ ଜିଲ୍ଲା ନ୍ୟାୟାଳୟରେ ୩ଟି ଆରଡିଏକ୍ସ ଥିବା ମେଲ ଆସିଛି । କଟକ ଜିଲ୍ଲା ଜଜ କୋର୍ଟ , ହାଇକୋର୍ଟ ପରିସରକୁ ଖାଲି କରାଯାଇଛି । କଟକ ଜିଲ୍ଲା ଜଜ କୋର୍ଟ ପରିସରରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି । କିଏ ମେଲ କରିଛି ପୋଲିସ ଏ ଯାବତ ସ୍ପଷ୍ଟ କରି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button