ଚଳିତବର୍ଷ ୧ ଲକ୍ଷ ୫୯ ହଜାର ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ମିଳିବ ଘର: ମନ୍ତ୍ରୀ

ଭୁବନେଶ୍ୱର : ଅନ୍ତ୍ୟୋଦୟ ଗୃହ ଯୋଜନାରୁ କେହି ବଞ୍ଚିତ ହେବେନି । ଚଳିତବର୍ଷ ୧ ଲକ୍ଷ ୫୯ ହଜାର ଜଣଙ୍କୁ ମିଳିବ ଘର । ଏକ ଲକ୍ଷ ହିତାଧିକାରୀଙ୍କ ତାଲିକା ଏହି ମାସ ଭିତରେ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ଦୁଇ ମାସ ମଧ୍ୟରେ ୱାର୍କ ଅର୍ଡର ଇସୁ କରାଯିବ । ମାନଦଣ୍ଡ ପୂରଣ କରିଥିଲେ ଘର ମିଳିବ ବୋଲି କହିଛନ୍ତି । ଗତ ଥର ଯେଉଁ ନିୟମରେ ଘର ଦିଆଯାଇଥିଲା ସେହି ନିୟମରେ ଚଳିତ ଥର ମଧ୍ୟ ମିଳିବ ବୋଲି ପ୍ରେସମିଟରେ କହିଛନ୍ତି ମନ୍ତ୍ରୀ । ଏହା ୨୦୨୬ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବ ସରକାର ପାଣି ସମସ୍ୟା ପ୍ରତି ଦୃଷ୍ଟି ଦେଉ ନଥିଲେ । ଆମ ସରକାର ପାଣି ସମସ୍ୟାକୁ ଗୁରୁତର ସହ ନେଇଛନ୍ତି । ୨୧ ହଜାର ୩୦୦ ପାଖାପାଖି ବିଭିନ୍ନ ଜିଲ୍ଲାରେ ଏହା ଲାଗିବ ।

Related Articles

Leave a Reply

Your email address will not be published. Required fields are marked *

Back to top button