ଏଥର ଓଡ଼ିଶା ଦେଖିବ ଯୁବ ମୁଖ୍ୟମନ୍ତ୍ରୀ: ଅମିତ ଶାହ

ଭୁବନେଶ୍ୱର: ଏ ନିର୍ବାଚନ ହେଉଛି ଓଡ଼ିଆ ଅସ୍ମିତା, ଭାଷା, କଳା ଓ ସ୍ୱାଭିମାନ ପାଇଁ ଲଢ଼େଇ। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ସହ୍ୟ କରିଗଲେ। ମାତ୍ର ତାମିଲ ବାବୁଙ୍କୁ ଆଉ ବରଦାସ୍ତ କରିବେ ନାହିଁ। ତେଣୁ ୪ ଜୁନ୍‌ରେ ରେଜଲ୍ଟ ଆସିବା ପରେ ନବୀନ ବାବୁ ହୋଇଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସଭାରେ ଯୋଗ ଦେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ନବୀନ ବାବୁଙ୍କୁ ବୟସ ହୋଇଗଲାଣି। ଏଥର ଓଡ଼ିଶା ଦେଖିବ ଯୁବ ମୁଖ୍ୟମନ୍ତ୍ରୀ। ସେ (ନବୀନ ପଟ୍ଟନାୟକ) ଓଡ଼ିଶା ଉପରେ ଜଣେ ତାମିଲ ମୁଖ୍ୟମନ୍ତ୍ରୀଙ୍କୁ ଥାପିବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ସହ୍ୟ କରିଗଲେ, କିନ୍ତୁ ତାଙ୍କ ତାମିଲ ବାବୁଙ୍କୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି । ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ।  ଅନୁପ୍ରବେଶକାରୀ ଓଡ଼ିଶା ପର୍ଯ୍ୟନ୍ତ ପହଞ୍ଚି ଗଲେଣି । ନବୀନ ବାବୁ ଏ ଅନୁପ୍ରବେଶକାରୀଙ୍କୁ ରୋକି ପାରିବେନି । ବିଜେପି ସରକାର ଆସିଲେ ଅନୁପ୍ରବେଶକାରୀଙ୍କୁ ରୋକାଯିବ । ଚାଷୀଙ୍କ ଧାନ ୩୧ଶହରେ କିଣାଯିବ, ୪୮ ଘଣ୍ଟାରେ ଟଙ୍କା ମିଳିବ । ୨୫ ଲକ୍ଷ ଓଡ଼ିଆ ଲକ୍ଷପତି ଦିଦି ବନାଯିବ । ଓଡ଼ିଶାର ବିକାଶ ପାଇଁ ମୋଦି ୭ ଲକ୍ଷ କୋଟି ଦେଇଛନ୍ତି । କିନ୍ତୁ ନବୀନ ବାବୁଙ୍କ ବାବୁଭାୟା ୭ ଲକ୍ଷ କୋଟି ଖାଇ ସାରିଲେଣି । ୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍‌ରେ ପୂରାଇବୁ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ଶାହ।

Related Articles

Leave a Reply

Your email address will not be published.

Back to top button