ମୋ ବସରେ ଲାଗିଲା ନିଆଁ, ଭୟଭୀତ ହୋଇ ଝରକା ପଟେ ବାହାରିଲେ ଯାତ୍ରୀ

ଭୁବନେଶ୍ବର: ମୋ ବସରେ ନିଆଁ ଲାଗି ଗାଡିରୁ ବାହାରିଲା ଧୂଆଁ । ଭୟଭୀତ ହୋଇ ଝରକା ପଟେ ବାହାରକୁ ବାହାରିଲେ ଯାତ୍ରୀ । କଟକ ଜିଲ୍ଲା ଚୌଦ୍ୱାର ବ୍ୟାରେଜ ନିକଟରେ ଆଜି ଏକ ମୋ ବସରେ ନିଆଁ ଲାଗିଥିବା ବେଳେ ଧୂଆଁ ବାହାରିଥିଲା । ଗାଡିରେ ଥିବା ୬୦ରୁ ଅଧିକ ଯାତ୍ରୀ ବସ୍ ଡୋର୍ ଖୋଲିବାକୁ ଉଦ୍ୟମ କରିଥିଲେ । ହେଲେ ଡୋର୍ ଖୋଲି ନଥିଲା । ବସ ଭିତରେ ଥିବା ଯାତ୍ରୀ ମାନେ ଚିତ୍କାର କରୁଥିବା ବେଳେ କିଛି ଯାତ୍ରୀ ଝରକା ଦେଇ ବାହାରକୁ ପଲାଇ ଆସିଥିଲେ । କିଛି ବୟସ୍କ ଯାତ୍ରୀ ଅଣନିଶ୍ବାସୀ ହୋଇଯିବାରୁ ଖୋଲୁନଥିବା ଡୋରକୁ ଜୋରେ ଧକ୍କା ଦେଇ ବାହାରକୁ ପଳାଇ ଆସିଥିଲେ । ଅନ୍ୟପକ୍ଷରେ ଗାଡିର କଣ୍ଡକ୍ଟର କହିଛନ୍ତି ଯେ ବସ ଗୁଡିକ ଡିପୋରେ ରହିଲାପରେ ମରାମତି କରାଯାଉନଥିବାରୁ ଏଭଳି ଦୁର୍ଘଟଣା ହୋଇଛି। ସାରା ଓଡ଼ିଶାରେ ବହୁ ସ୍ଥାନରେ ମୋ ବସ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଗାଡି କିଣାର ତଦନ୍ତ ହେବା ଦରକାର ।