କୌଣସି ଧର୍ମ ଭିତ୍ତିକ ସଂରକ୍ଷଣ ରହିବା ଉଚିତ୍ ନୁହେଁ: ଅମିତ ଶାହ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସକ୍ରିୟ ଅଛନ୍ତି। ମହାରାଷ୍ଟ୍ରର ନନ୍ଦେଡରେ ଶନିବାର ଦିନ ମୁସଲମାନ ସଂରକ୍ଷଣ ସମ୍ପର୍କରେ ଶାହା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ସମ୍ବିଧାନର ବିରୋଧୀ ଥିବାରୁ କୌଣସି ମୁସଲମାନ ସଂରକ୍ଷଣ ରହିବା ଉଚିତ ନୁହେଁ ବୋଲି ବିଜେପି ବିଶ୍ୱାସ କରୁଛି। କୌଣସି ଧର୍ମ ଭିତ୍ତିକ ସଂରକ୍ଷଣ ରହିବା ଉଚିତ୍ ନୁହେଁ। ଶାହା କହିଛନ୍ତି ଯେ, ଉଦ୍ଧବ ଠାକରେ ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍। ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କରିଛନ୍ତି ଯେ, “ମୁଁ ଉଦ୍ଧବ ଠାକରେଙ୍କୁ ପଚାରିଲି କର୍ଣ୍ଣାଟକରେ ଗଠିତ ସରକାର ଇତିହାସ ପୁସ୍ତକରୁ ବୀର ସାବରକରଙ୍କୁ ହଟାଇବାକୁ ଚାହୁଁଛନ୍ତି। ଆପଣ ଏହା ସହ ସହମତ କି? ବୀର ସାବରକର, ଜଣେ ମହାନ ଦେଶପ୍ରେମୀ, ବଳିଦାନ ଦେଇଥିବା ବ୍ୟକ୍ତି, ସମ୍ମାନିତ ହେବା ଉଚିତ ନା ନାହିଁ? ଆପଣ ଦୁଇଟି ଡଙ୍ଗାରେ ଗୋଡ ରଖିପାରିବେ ନାହିଁ। ଆପଣ କହୁଛନ୍ତି ଆମେ ଆପଣଙ୍କ ସରକାର ଭାଙ୍ଗିଦେଲୁ, ଆମେ ଆପଣଙ୍କ ସରକାର ଭାଙ୍ଗିନାହୁଁ। ଆପଣଙ୍କ ନୀତି ବିରୋଧୀରେ ଶିବ ସୈନିକମାନେ ଆସି ପାର୍ଟି ଛାଡିଛନ୍ତି।”

Related Articles

Leave a Reply

Your email address will not be published.

Back to top button