ଡକ୍ଟର ଆମ୍ବେଦକରଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲା ସାରା ଦେଶ

ନୂଆଦିଲ୍ଲୀ: ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୪ତମ ଜନ୍ମବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ଅବସରରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟ ସଭାର ଉପାଧ୍ୟକ୍ଷ ହରିବଂଶ, ରାଜ୍ୟ ସଭାର ଗୃହ ନେତା ଜେ.ପି. ନଡ୍ଡା, ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ଏବଂ ସଂସଦ ସଦସ୍ୟ ଏବଂ ସାଧାରଣ ଜନତା ଆଜି ସଂସଦ ଭବନ ପରିସରରେ ଥିବା ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ମନ୍ତ୍ରୀ, ସଂସଦ ସଦସ୍ୟ, ବିଭିନ୍ନ ରାଜନୈତିକ ଦଳର ନେତାମାନେ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଡକ୍ଟର ଭୀମରାଓ ଆମ୍ବେଦକର ସମାଜ ସଂସ୍କାରକ, ଅର୍ଥନୀତିଜ୍ଞ, ରାଜନେତା ଭାବରେ, ଯିଏ ଲୋକଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ବାବାସାହେବ ଡକ୍ଟର ଆମ୍ବେଦକର ସମାଜର ଅବହେଳିତ ବର୍ଗଙ୍କ ବିରୁଦ୍ଧରେ ସାମାଜିକ ଏବଂ ଜାତିଗତ ଭେଦଭାବର ଅନ୍ତ ପାଇଁ ତାଙ୍କ ଜୀବନ ସାରା ଦୃଢ଼ ଭାବରେ କାର୍ଯ୍ୟ କରିଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ଆଇନ  ମନ୍ତ୍ରୀ ହୋଇଥିଲେ। ତାଙ୍କୁ 1990 ରେ ମରଣୋତ୍ତର ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ, ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button