ସୁପ୍ରିମକୋର୍ଟରେ ପହଞ୍ଚିଲା ପଶ୍ଚିମବଙ୍ଗର ୱାକଫ ବିଲକୁ ନେଇ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ମାମଲା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ୱାକଫ ଆଇନ ବିରୋଧରେ ହିଂସାତ୍ମକ ପ୍ରତିବାଦ ମାମଲା ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛି।  ସୁପ୍ରିମକୋର୍ଟର ଓକିଲ ଶଶାଙ୍କ ଶେଖର ଝା – ହିଂସା ଏବଂ ମୃତ୍ୟୁର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରିବାକୁ ଏବଂ ସୁପ୍ରିମକୋର୍ଟ ଏହି ତଦନ୍ତ ତଦାରଖ କରିବାକୁ ଅନୁରୋଧ କରିଛନ୍ତି।ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଜୀବନ ରକ୍ଷା ଏବଂ  ହିଂସା ରୋକିବା ପାଇଁ ପଦକ୍ଷେପ ନେବା ଉଚିତ। ଗତ ସପ୍ତାହରେ ମୁର୍ଶିଦାବାଦ ଏବଂ ଦକ୍ଷିଣ 24 ପ୍ରଗଣା, ମାଲଦା ଏବଂ ହୁଗୁଳି ସମେତ ବଙ୍ଗଳାର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ବ୍ୟାପକ ହିଂସା ହେବା ପରେ 200 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।  ଏଥିରେ ରେଳପଥ ଅବରୋଧ କରାଯାଇଥିଲା, ବିକ୍ଷୋଭକାରୀମାନେ ପୋଲିସ ଉପରେ ପଥର ଫିଙ୍ଗିଥିଲେ, ଏବଂ ପୋଡ଼ାଜଳା ହୋଇଥିଲା – ପୋଲିସ ଗାଡ଼ି ପୋଡ଼ି ଦିଆଯାଇଥିଲା – ଏବଂ ମୁସଲିମ ବହୁଳ ମୁର୍ଶିଦାବାଦରେ ଭଙ୍ଗାରୁଜା ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button