ଟ୍ରାଫିକ ପୋଲିସ ଗେରୁଆ ରଙ୍ଗର ରେନକୋଟ୍‌ ପିନ୍ଧିବେ

ଭୁବନେଶ୍ୱର: ଗେରୁଆ ରଙ୍ଗର ରେନକୋଟ୍‌ ପିନ୍ଧିବେ ଭୁବନେଶ୍ୱର ଟ୍ରାଫିକ ପୋଲିସ। ଟ୍ରାଫିକ ପୋଲିସଙ୍କୁ ଦିଆଯାଇଛି ନୂଆ ରେନ୍‌କୋଟ୍‌। । ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି। ରାଜଧାନୀର ସମସ୍ତ ଟ୍ରାଫିକ କନଷ୍ଟେବଳଙ୍କୁ ଟ୍ରାଫିକ ଥାନାରେ ରେନକୋଟ୍‌ ବଣ୍ଟାଯାଇଛି। ରାଜିତରେ ଟ୍ରାଫିକ ପୋଲିସଙ୍କ ଉପସ୍ଥିତି ଜାଣିବା ପାଇଁ ରେନକୋଟରେ ରେଡିଆଂଶ ଷ୍ଟିକର ଲାଗିଛି। ରାତିରେ ଏହା ଉପରେ ଲାଇଟ୍‌ ପଡିଲେ ଉଜ୍ଜଳ ଦେଖାଯିବ। ଏହାଦ୍ୱାରା ସମସ୍ତେ ପୋଲିସର ଉପସ୍ଥିତି ଜାଣିପାରବେ। ଏହି ନୂଆ ରେନ୍‌କୋଟ୍‌ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ପ୍ରଦାନ କରାଯାଇଛି।

Related Articles

Leave a Reply

Your email address will not be published.

Back to top button