ନୂତନ ମାଇଲଖୁଣ୍ଟ ହାସଲ କରିଛି ଟେଲି – ଲ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାୟ ବିଭାଗ ଅନୁସାରେ ଟେଲି –ଲ କାର୍ଯ୍ୟକ୍ରମ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏହା ମାଧ୍ୟମରେ ଦେଶର ୪୦ ଲକ୍ଷ ହିତାଧିକାରୀ ମାନଙ୍କୁ ମୋକଦ୍ଦମା ପୂର୍ବରୁ ପରାମର୍ଶ ଦିଆଯାଇଛି। ଟେଲି –ଲ ବିଷୟରେ କିଛି ତଥ୍ୟ: ମୋକଦ୍ଦମା ପୂର୍ବ ପର୍ଯ୍ୟାୟରେ ଆଇନଗତ ପରାମର୍ଶ ଏବଂ ଉପଦେଶ ନେବାରୁ ବଂଚିତ ଲୋକ ମାନଙ୍କ ପର୍ଯ୍ୟନ୍ତ ପହଂଚିବାର ଏହା ଏକ ଇ– ଇଂଟରଫେସ୍ ବ୍ୟବସ୍ଥା ଅଟେ। ଏହା ପଞ୍ଚାୟତ ସ୍ତରରେ ଅବସ୍ଥିତ ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ଗୁଡିକରେ ଉପଲବ୍ଧ ଭିଡିଓ କନଫରେନ୍ସିଂ/ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା ସୁବିଧା ମାଧ୍ୟମରେ ପ୍ୟାନେଲ୍‌ରେ ଥିବା ଓକିଲ ମାନଙ୍କ ସହ ଆଇନଗତ ସହାୟତା ଆବଶ୍ୟକ କରୁଥିବା ଗରିବ ତଥା ବଞ୍ଚିତ ଲୋକଙ୍କୁ ପରସ୍ପର ସହିତ ସଂଯୋଗ କରେ। ୨୦୧୭ ରେ ଆରମ୍ଭ ହୋଇଥିବା ଟେଲି –ଲ ସେବା ବର୍ତ୍ତମାନ ଟେଲି – ଲ ମୋବାଇଲ୍ ଆପ୍ (ଆଣ୍ଡ୍ରଏଡ୍ ଏବଂ ୧୦ ଏସ୍ ରେ ଉପଲବ୍ଧ) ମାଧ୍ୟମରେ ସିଧାସଳଖ ଉପଲବ୍ଧ ହେଉଛି।

Related Articles

Leave a Reply

Your email address will not be published.

Back to top button