ଖାଦ୍ୟ ସୁରକ୍ଷା ଯୋଜନା ଅବଧି ବୃଦ୍ଧିକଲେ ରାଜ୍ୟ ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଅବଧି ୫ ବର୍ଷ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଆଜି ଏହି ଅବଧିକୁ ମଧ୍ୟ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ ୨୦୨୪ ଜାନୁଆରୀ ପହିଲାରୁ ୨୦୨୮ ଡିସେମ୍ବର ୩୧ ତାରିଖ ପର୍ୟ୍ୟନ୍ତ ଲୋକଙ୍କୁ ମାଗଣାରେ ପୂର୍ବଭଳି ରାସନ ପ୍ରଦାନ କରାଯିବ । ଏଥିରେ ରାଜ୍ୟର ୧୦ ଲକ୍ଷ ହିତାଧିକାରୀ ମାସକୁ ମାଗଣାରେ ୫ କେ.ଜି ଲେଖାଏଁ ଚାଉଳ ପାଇବେ । ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି । ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ୟ୍ୟନ୍ତ ଏହି ସୁବିଧା ପାଇବେ ।ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ ପାଣ୍ଠିରୁ ଖର୍ଚ୍ଚ କରିବେ।

Related Articles

Leave a Reply

Your email address will not be published.

Back to top button