ହବିଷ୍ୟାଳୀଙ୍କ ପାଇଁ ୨ କୋଟିରୁ ଉର୍ଦ୍ଧ୍ଵ ଖର୍ଚ୍ଚ ଅଟକଳ ଅନୁମୋଦନ କଲେ ରାଜ୍ୟ ସରକାର
ଭୁବନେଶ୍ଵର: ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ଓଡ଼ିଶା ସରକାର ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି। ହବିଷ୍ୟାଳୀ ମା’ ମାନଙ୍କୁ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ସମସ୍ତ ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ହବିଷ୍ୟାଳୀ ମା’ମାନଙ୍କ ପାଇଁ ଦୀର୍ଘ ଏକ ମାସ ଧରି ପୁରୀରେ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ସୁରକ୍ଷିତ ରହଣି ବ୍ୟବସ୍ଥା, ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ-କୀର୍ତ୍ତନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବ।