ଅପ୍ରେଲ ୩୦ ସୁଦ୍ଧା ସରିବ ନାଟ ମଣ୍ଡପ ମରାମତି କାମ

ଭୁବନେଶ୍ବର : ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ, ନାଟମଣ୍ଡପ ମରାମତି ମାମଲାର ଶୁଣାଣି ହୋଇଛି । ୧୦ ତାରିଖରେ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିବା ଆମିକସ୍‌ କ୍ୟୁରି ହାଇକୋର୍ଟଙ୍କୁ ଜଣାଇଛନ୍ତି । ଅପ୍ରେଲ ୩୦ ସୁଦ୍ଧା ସରିବ ନାଟ ମଣ୍ଡପ ମରାମତି କାମ । ଏ ନେଇ ଆମିକସ୍ କ୍ୟୁରି ହାଇକୋର୍ଟଙ୍କୁ ଜଣାଇଛନ୍ତି । ମରାମତି କାମ ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ  ଇଝଓକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୮ ତାରିଖରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସମ୍ପର୍କୀତ ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ ଆମିକସ୍ କ୍ୟୁରି । ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି କାର୍ୟ୍ୟ ଆରମ୍ଭ ହୋଇଥିବା ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ ଆମିକସ୍ କ୍ୟୁରି । ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ ମୂର୍ତ୍ତୀ ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ସଂଗ୍ରହାଳୟରେ ରଖାଯାଇଛି । ନାଟମଣ୍ଡପ ବିମ୍‌ରେ ଲାଗିବାକୁ ଥିବା ଆସେସ ବକ୍ସର ଡିଜାଇନ୍ ପ୍ରସ୍ତୁତ ସହ ଏଥିରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଅମିକସ୍ କ୍ୟୁରି କହିଥିଲେ । ଏଥିପାଇଁ ୧୯ ଡିସେମ୍ବରରୁ ୨୧ ଡିସେମ୍ବର ମଧ୍ୟରେ ବୈଠକ ହେବ ବୋଲି ସେ କୋର୍ଟଙ୍କୁ ଅବଗତ କରାଇଥିଲେ । ଆଜି ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ୟ୍ୟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button