ଜାନୁଆରୀ ୬ରୁ ୨୦ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର : ଆସନ୍ତା ୬ ତାରିଖରୁ ଝଲସିବ ରାଜଭବନ ଉଦ୍ୟାନ। ଜାନୁଆରୀ ୨୦ ତାରିଖ ଯାଏଁ ୧୪ ଦିନ ଧରି ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ୟ୍ୟନ୍ତ ଖୋଲା ରହିବ। ରଙ୍ଗିନ ଫୁଲର ସମ୍ଭାରରେ ଝଲସିବ ରାଜଭବନ ଉଦ୍ୟାନ। ତେବେ କେବଳ ମୋବାଇଲ୍‌ ଆପ୍‌ ପଞ୍ଜୀକରଣ ମାଧ୍ୟମରେ ପ୍ରବେଶ ଅନୁମତି ରହିବ। ଏଥିପାଇଁ ମୋବାଇଲ ପ୍ଲେ ଷ୍ଟୋର କିମ୍ବା ଆପ୍‌ ଷ୍ଟୋରରୁ ‘ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶା ମୋବଇଲ ଆପ୍‌’ ଡାଉନ୍‌ଲୋଡ୍‌ କରିବାକୁ ହେବ। ଓଡ଼ିଶା ରାଜଭବନ ୱେବସାଇଟ୍‌ରେ ଉପଲବ୍ଧ ଥିବା କ୍ୟୁଆର କୋଡ୍‌ ମାଧ୍ୟମରେ ମୋବାଇଲ ଆପ୍‌ ମଧ୍ୟ ଡାଉନ୍‌ଲୋଡ୍‌ କରାଯାଇପାରିବ। ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ସକାଳ ସମୟ ସ୍ଥିର ହୋଇଥିବା ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button