ସେପ୍ଟେମ୍ବର ୧୧ ରେ ସେମିକନ୍ ଇଣ୍ଡିଆ ୨୦୨୪ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ସେପ୍ଟେମ୍ବର ପୂର୍ବାହ୍ନ ୧୦:୩୦ ସମୟରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ହେବାକୁ ଥିବା ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪ର ଉଦ୍‌ଘାଟନ କରିବେ।ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଭାରତକୁ ବିଶ୍ୱସ୍ତରୀୟ ହବ୍‌ରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ରହିଛି। ଏହି ଦୃଷ୍ଟିକୋଣ ଅନୁଯାୟୀ, ‘ସେପିଂ ଦ ସେମିକଣ୍ଡକ୍ଟର୍ ଫ୍ୟୁଚର୍‌’ ବିଷୟବସ୍ତୁ ସହିତ ୧୧ରୁ ୧୩ ସେପ୍ଟେମ୍ବର ମଧ୍ୟରେ ସେମିକନ୍ ଇଣ୍ଡିଆ ୨୦୨୪ ଆୟୋଜିତ ହେଉଛି। ସେପ୍ଟେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହେବ ଯାହା ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ ହବ୍‌ରେ ପରିଣତ କରିବ। ଏଥିରେ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟରର ପ୍ରମୁଖ ନେତୃତ୍ୱ ଯୋଗଦେବା ସହ ବିଶ୍ୱସ୍ତରୀୟ ନେତା, କମ୍ପାନୀ ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ଏହି ସମ୍ମିଳନୀରେ ୨୫୦ରୁ ଅଧିକ ପ୍ରଦର୍ଶକ ଏବଂ ୧୫୦ ବକ୍ତା ଅଂଶଗ୍ରହଣ କରିବେ।

Related Articles

Leave a Reply

Your email address will not be published.

Back to top button