ଡାକଘର ହେବ ବ୍ୟାଙ୍କ !

ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ପୋଷ୍ଟ ଅଫିସ ବିଲ-୨୦୨୩କୁ ସ୍ୱର ଭୋଟରେ ଅନୁମୋଦନ ମିଳିଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଡାକଘର ଆଇନ, ୧୮୯୮କୁ ଉଚ୍ଛେଦ କରିବା ଏବଂ ଦେଶରେ ଡାକଘର ଆଇନକୁ ସୁଦୃଢ଼ ଏବଂ ସଂଶୋଧନ କରିବା। ଏହି ଆଇନ ଜରିଆରେ ଅନେକ ପ୍ରକ୍ରିୟାକୁ ସରଳ କରାଯାଇଛି। ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଡାକଘରଗୁଡ଼ିକର ବିକଶିତ ଭୂମିକାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ପରିବର୍ତ୍ତନ କରାଯାଇଛି। ଏଗୁଡ଼ିକୁ ନାଗରିକ କେନ୍ଦ୍ରୀତ ସେବାର କେନ୍ଦ୍ରଭାବେ ବିକଶିତ କରିବାକୁ ଯୋଜନା କରାଯାଇଛି। ଏହାକୁ ନେଇ ଅନେକ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା। କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ସମ୍ବୋଧିତ କରିଥିଲେ। ସବୁଠାରୁ ବଡ଼ ଆଶଙ୍କା ଥିଲା ଘରୋଇକରଣକୁ ନେଇ। ଡାକଘରଗୁଡ଼ିକୁ ସେବା ପ୍ରଦାନକାରୀ କରି ବ୍ୟାଙ୍କରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ବୋଲି ସେ ସ୍ପଷ୍ଟ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button