ଫେବୃଆରୀ ୧୮ରୁ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ।  ଫେବୃଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଯୁକ୍ତ ଦୁଇ ପରୀକ୍ଷା । ଦୀର୍ଘ ୨୨ ଦିନ ଧରି ପରୀକ୍ଷା ହେବ । ଏନେଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି  ସିଏଚଏସଇଇ ଅଧ୍ୟକ୍ଷ । ପରୀକ୍ଷାକୁ ସ୍ୱଚ୍ଛତାର କରିବା ପାଇଁ ଦୁଇ ୟୁନିଟରେ ସ୍କ୍ୱାଡ କାମ କରିବେ । ସମସ୍ତ ୨୧୦ଟି ହବରେ  ଏଆଇ କ୍ୟାମେରା ରହିବ । ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ । ଡିସେମ୍ବର ୧୫ ସୁଦ୍ଧା ଆଡମିଟ କାର୍ଡ ପ୍ରଦାନ କରାଯିବ ।  ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ ।  ମୋଟ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା ।ଜାନୁଆରୀ ୨ରୁ ୧୫ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାରେ ୱେବ କାଷ୍ଟ ବ୍ୟବସ୍ଥା ହେବ । ୪୦ ଦିନରେ ରେଜଲ୍ଟ ବାହାରିବ । କପି ରୋକିବାକୁ ଏଆଇ ସହାୟତା ନିଆଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button