ଓଡ଼ିଶାରେ ଫେରିଲା ମାସ୍କ

ଭୁବନେଶ୍ୱର:  ଆଜି ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତମାନଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।  ଘରୁ ବାହାରକୁ ଯାଉଥିଲେ ମାସ୍କ ପିନ୍ଧିବାକୁ ଉକ୍ତ ମାର୍ଗଦର୍ଶିକାରେ କୁହାଯାଇଛି । ସେହିଭଳି  ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତମାନଙ୍କୁ ଜନଗହଳି ସ୍ଥାନକୁ ମଧ୍ୟ ନଯିବାକୁ ପରାମର୍ଶ ଦିଆଯାଇଛି ।  ପ୍ରକାଶ ଯେ  ପୁଣି ଫେରିଲା କୋରୋନା । କିଛି ଦିନର ବ୍ୟବଧାନ ପରେ ପୁଣି ଓଡିଶାରେ ଚିହ୍ନଟ ହେଲେ କୋଭିଡ ସଂକ୍ରମିତ । ୨୦ ଦିନ ବ୍ୟବଧାନ ପରେ ଓଡ଼ିଶାରେ ପୁଣି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶେଷ ଥର ଲାଗି ଡିସେମ୍ବର ୩ରେ ରାଜ୍ୟରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, କୋଭିଡର ନୂଆ ଭାରିଆଣ୍ଟ ଜେଏନ ୧କୁ ନେଇ ସାରା ଦେଶରେ ଚିନ୍ତା ବୃଦ୍ଧି ପାଇଥିବା ବେଳେ ଏବେ ଓଡିଶାରେ କୋଭିଡ ସଂକ୍ରମିଚ ଚିହ୍ନଟ ଏକ ପ୍ରକାର ଚିନ୍ତାକୁ ବୃଦ୍ଧି କରିଛି । ତେବେ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ଜେଏନ୧ରେ ଆକ୍ରାନ୍ତ କି ନୁହେଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଜିନୋମ ସିକ୍ବେନ୍ସ ପାଇଁ ପଠାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button