ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦ । ଏହି ଆଇନ ବଳରେ ବେଳେ ବକାଲତିନାମା ସହିତ ଲାଗିବ ୧୦୦ ଟଙ୍କାର କର୍ପସ ଫଣ୍ଡ ଷ୍ଟାମ୍ପ । ନୂଆ ମାମଲା ରୁଜୁ କଲେ ଏପ୍ରିଲ ୧ରୁ ଲାଗିବ ୧୦୦ ଚଙ୍କାର କର୍ପସ ଷ୍ଟାମ୍ପ  । ଏହି ଟଙ୍କା ରାଜ୍ୟର ଆଇନଜୀବୀଙ୍କ କଲ୍ୟାଣ ପାଇଁ ବିନିଯୋଗ ହେବ । ଆଦାୟ ଅର୍ଥର ୨୦ ପ୍ରତିଶତ ସଂପୃକ୍ତ ବାର ଆସୋସିଏସନକୁ ଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ୭୯ ପ୍ରତିଶତ ଓକିଲଙ୍କ କଲ୍ୟାଣ ପାଇଁ ବିନିଯୋଗ ହେବାର ରହିଛି। ଏଥିରୁ ୪ ପ୍ରତିଶତ ପଞ୍ଜିକୃତ ବାର ଆସୋସିଏସନ ଲାଇବ୍ରେରୀ ନବୀକରଣ, ୩ ପ୍ରତିଶତ କନିଷ୍ଠ ଅଧିବକ୍ତାଙ୍କୁ ସହାୟତା, ୧୨ ପ୍ରତିଶତ ଅଧିବକ୍ତାଙ୍କର ଚିକିତ୍ସା, ୧୦ ପ୍ରତିଶତ ମୃତ୍ୟକାଳୀନ ସହାୟତା, ୧୦ ପ୍ରତିଶତ ଜରୁରୀକାଳୀନ ପରିସ୍ଥିତି ଓ ୨୦ ପ୍ରତିଶତ ଓଡିଶା ଆଇନଜୀବୀ ପରିଷଦର ସାମୁହିକ ଖର୍ଚ୍ଚ ନିମନ୍ତେ ବିନିଯୋଗ କରାଯିବ । ଏହା ସହିତ ଆଇନଜୀବୀ ହାର୍ଟ, କିଡନୀ, ଲିଭର ଭଳି ରୋଗରେ ପୀଡିତ ହେଲେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ରହିଛି ।  ବକେୟା ୧ ପ୍ରତିଶତ ରାଜ୍ୟ ଆଇନଜୀବୀ ପରିଷଦର ପାଠାଗାର ପାଇଁ ବିନିଯୋଗ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।  ଆଇନଜୀବୀ ପରିଷଦର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ଏହି ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button