ମେ’ ୧ରୁ ଭିତରକନିକା ୩ ମାସ ବନ୍ଦ

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି । ଏହାକୁ ଆଖିରେ ରଖି ରାଜନଗର ବନ ବିଭାଗ ପକ୍ଷରୁ ମେ’ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏହି ସମୟ ଭିତରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ପରିଭ୍ରମଣ ଓ ପ୍ରବେଶକୁ ବାରଣ କରାଯାଇଛି । ପ୍ରଜନନ ଋତୁ ସମୟରେ ଉଭୟ ପୁରୁଷ ଓ ମା’ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ଅଢ଼େଇରୁ ୩ ଫୁଟ୍‌ ଉଚ୍ଚର ବସା ବାନ୍ଧିଥାନ୍ତି । ନଦୀକୂଳଠାରୁ ଜୁଆର ଛୁଇଁ ପାରୁ ନ ଥିବା ନିରାପଦ ସ୍ଥାନରେ ଏହା ଦେଖିବାକୁ ମିଳିଥାଏ । ଏହି ସମୟରେ କୁମ୍ଭୀର ହିଂସ୍ର ହୋଇଥାନ୍ତି । ସେମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ଦେଖାଦେଲେ ସେମାନେ ଆକ୍ରମଣ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୩ ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ଭ୍ରମଣ ବନ୍ଦ ରଖାଯିବ ବୋଲି ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button