ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି

ଭୁବନେଶ୍ବର:ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି ୬ମାସ ପରେ ଆଜି ଖୋଲାଯାଇଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଟାରୁ ଖୋଲାଯାଇ ଗଣତି ଚାଲିଛି। ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଘଠନର ମହିଳା ଓ ପୁରୁଷ ସେଚ୍ଛାସେବୀ ସଦସ୍ୟ ନିୟୋଜିତ କରାଯାଇଛି। ଏଥିରେ ପ୍ରାୟ ୨୦୦ରୁ ଅଧିକ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଛନ୍ତି। ଗତ ୬ ମାସ ତଳେ ଦାନ ହୁଣ୍ଡିରୁ ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ସୁନା ୫୩ ଗ୍ରାମ, ରୁପା ୨ କେଜି ୩୯୨ ଗ୍ରାମ ସହ ୩୩ ଟି ବିଦେଶୀ ମୁଦ୍ରା ମିଳିଛି । ଆଜି ସକାଳ ୯ ଟାରୁ ଗଣତି ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ଆଜି ଦାନ ହୁଣ୍ଡିରୁ ବାହାରିବାକୁ ଥିବା ଅର୍ଥ ୟୁନିୟନ ବ୍ଯାଙ୍କ ମୁଖ୍ଯ ଶାଖାରେ ଡିପୋଜିଟ୍ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button