ମହାବଳ ବାଘଙ୍କ ମହା ଫାଇଟ୍‌

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ହୋଇଛି ବିଗ୍‌ ଫାଇଟ୍‌। ତେବେ ଏହି ଫାଇଟ୍‌ ପ୍ରାୟ ମାସେ ତଳେ ଘଟିଥିବା ବେଳେ ଏବେ ଏହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗତ ନଭେମ୍ବରରେ ଶିମିଳିପାଳରେ T-୩୧ ଓ T-୩୫ ନାମକ ଦୁଇଟି ବାଘ ମଧ୍ୟରେ ଏହି ବିଗ୍ ଫାଇଟ ହୋଇଥିଲା। ଉଭୟଙ୍କ ମଧ୍ୟରୁ T-୩୫ ଅପେକ୍ଷାକୃତ ଭାବେ T-୩୧ ଅପେକ୍ଷା ଯୁବ ବୟସର। ତେଣୁ T-୩୧ ସାମନାରେ ତିଷ୍ଠି ପାରି ନ ଥିଲା T-୩୫ । ଆଉ ଦେଇଥିଲା ପଛ ଘୁଞ୍ଚା। ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି। ଭିଡିଓରେ କିଛି ସମୟ ପରେ ଦେଖାଯାଇଛି ଯେ, ଫାଇଟ୍‌ ପରେ ଉକ୍ତ ଅଞ୍ଚଳରେ T-୩୫ ମହାବଳ ଏକାକୀ ବୁଲୁଛି। ଅର୍ଥାତ ଏହି ବାଘଟି ଲଢ଼େଇରେ ଜିତିଥିବାର ଅନୁମାନ କରାଯାଉଛି। ଫଳରେ ଶିମିଳିପାଳ ଅଭୟାରଣ୍ୟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ T-୩୧ ନିଜର ଏକ ଚାଟିଆ ଆଧିପତ୍ୟ ଜାହିର କରିଥିବା ସ୍ପଷ୍ଟ ହୋଇଛି।

Related Articles

Leave a Reply

Your email address will not be published.

Back to top button