ଏଣିକି ସିସିଟିଭି ସ୍କାନରରେ ରହିବ ଧାନ ବିକ୍ରୟ କେନ୍ଦ୍ର

ଭୁବନେଶ୍ୱର: ଧାନ କିଣାରେ ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବାବୁ ସାବଧାନ ! ଏଣିକି ସିସିଟିଭି ସ୍କାନରରେ ରହିବ ଧାନ ବିକ୍ରୟ କେନ୍ଦ୍ର । ଧାନର ଅଭାବୀ ବିକ୍ରି ଉପରେ ଏହା ରୋକ ଲଗାଇବାରେ ସହାୟକ ହେବ । ଏହାଦ୍ବାରା ଚାଷୀମାନେ ଶୋଷଣରୁ ରକ୍ଷା ପାଇପାରିବେ। ଧାନ କିଣା ସମୟରେ ସବୁ ଗତିବିଧି ସିସିଟିଭି ଦ୍ବାରା ମନିଟର କରାଯିବ। ଏହାର ସିଧାସଳଖ ତଦାରଖ ସମବାୟ ବିଭାଗରେ କରାଯିବ । ଏଥିରେ ଚଞ୍ଚକତା ଧରାପଡ଼ିଲେ ରାଜ୍ୟ ସରକାର ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବେ। ରାଜ୍ୟର ୨୭୧୦ ପ୍ୟାକ୍ସ, ଲ୍ୟାମ୍ପସ ଓ ନିୟନ୍ତ୍ରିତ ବଜାର କମିଟି ଅର୍ଥରୁ ଏହି ସିସିଟିଭି ଲଗାଯିବ। ଜିଲ୍ଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରି ସିସିଟିଭି ଲଗାଇବାକୁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ନିଷ୍ପତ୍ତି ନେଇଛି । ଚାଷୀଙ୍କ ଅର୍ଥନୈତିକ ବିକାଶ ହେଲେ ଯାଇ ଦେଶର ବିକାଶ ହୋଇପାରିବ। ଭାରତ ଏକ କୃଷି ପ୍ରଧାନ ଦେଶ। ଅନ୍ୟ ରାଜ୍ୟମାନଙ୍କ ପାଇଁ ଭାତ ହାଣ୍ଡି ସାଜିଛି ଓଡ଼ିଶା । ମଣ୍ଡି, ଗୋଦାମ ଘର, ପିଣ୍ଡି ବ୍ୟବସ୍ଥା ପାଇଁ ବିଭିନ୍ନ ସମୟରେ ଚାଷୀ ଦାବି କରିଛନ୍ତି । କଟନୀ ଛଟନୀର ଅନେକ ଅଭିଯୋଗ ବି ଆସିଥାଏ । ଏଣିକି ସିସିଟିଭି ଲଗାଗଲେ, ବହୁ ମାତ୍ରାରେ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରିବ।

Related Articles

Leave a Reply

Your email address will not be published.

Back to top button