ରାଜ୍ୟରେ ବ୍ଲକ ପୁନଃର୍ଗଠନ ପାଇଁ କମିଶନ ଗଠନ କରିବେ ସରକାର

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘଦିନ ଧରି ଅନେକ ସ୍ଥାନରେ ବ୍ଲକ ପୁନର୍ଗଠନ ପାଇଁ ଦାବି ହୋଇ ଆସୁଥିବା ବେଳେ ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ବିସ୍ତୃତ ତଥ୍ୟ ରଖିଛନ୍ତି । ସେ କହିଛନ୍ତି ”ବ୍ଲକ ପୁନଃର୍ଗଠନ ପାଇଁ ରାଜ୍ୟରେ ବିବଦ୍ଧ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ, ନୂତନ ପଞ୍ଚାୟତ ସମିତି ଗଠନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେଲେ, ରାଜ୍ୟ ସରକାର ପଞ୍ଚାୟତ ପୁନଃର୍ଗଠନ ନିମନ୍ତେ ଏକ କମିଶନ ଗଠନ କରିବେ ଏବଂ ଏହି କମିଶନ ଓଡ଼ିଶା ପଞ୍ଚାୟତ ସମିତି ଆଇନ, ୧୯୫୯ କୁ ଆଧାର କରି ଏକ ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତ କରିବ । ସେହି ଗାଇଡଲାଇନ ଆଧାରରେ ବ୍ଲକ ପୁନଃର୍ଗଠନ କରାଯିବ । ୧୯୯୩ ମସିହାରେ ଶ୍ରୀଯୁକ୍ତ କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ବ୍ଲକ ପୁନଃର୍ଗଠନ କମିଶନ ୪ (ଚାରି) ଗୋଟି ଗାଟି ବିଷୟକୁ ଆଧାର କରି ସେମାନଙ୍କର ରିପୋର୍ଟ ସରକାରଙ୍କୁ ସଂକଳ୍ପ (Resolution) ସଂଖ୍ୟା ୧୨୯୬୯ ତାରିଖ ୦୯.୧୧.୧୯୯୩ ରେ ପ୍ରଦାନ କରିଥିଲେ, ଯଥା:- ୧-ଜନସଂଖ୍ୟା ୨-ଭୌଗଳିକ ଅବସ୍ଥା ୩-ପ୍ରଶାସନିକ ସୁବିଧା ୪-ସ୍ଥାନୀୟ ଆବଶ୍ୟକତା । ତେଣୁ, ଦେଶରେ ଜନଗଣନା କାର୍ଯ୍ୟ ଶେଷ ହେବା ପୂର୍ବରୁ ବ୍ଲକ ପୁନଃର୍ଗଠନର ସମ୍ଭାବନା ଉପରେ ବିଚାର କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button