ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ବନ୍ୟାସ୍ଥିତିରେ କୌଣସି ସୁଧାର ନ ଆସିବାରୁ ପଂଜାବ ସରକାର ଆସନ୍ତା ବୁଧବାର ଦିନ ରାଜ୍ୟର ସମସ୍ତ ସ୍କୁଲ କଲେଜ ବିଶ୍ବବିଦ୍ୟାଳୟ ବନ୍ଦ ଘୋଷଣା କରିଛନ୍ତି।  ହିମାଚଳ ପ୍ରଦେଶ ଏବଂ ପଞ୍ଜାବର ଅନେକ ସ୍ଥାନରେ ଲଗାତାର ବର୍ଷା ରାଭି, ବ୍ୟାସ ଏବଂ ସତଲୁଜ ନଦୀରୁ ବନ୍ୟା ପାଣି ପ୍ରବାହିତ ହେବାରେ ଲାଗିଛି। ଭାଖରା, ପଙ୍ଗ ଏବଂ ଅନ୍ୟାନ୍ୟ ଡ୍ୟାମରୁ ନିୟନ୍ତ୍ରିତ ଜଳ ଛଡ଼ାଯିବା ଯୋଗୁଁ ସମସ୍ୟା ଆହୁରି ବୃଦ୍ଧି ପାଇଛି। ଫଳରେ ରାଜ୍ୟ ସରକାର ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ପଲିଟେକ୍ନିକ୍ ମଧ୍ୟ ବୁଧବାର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ସହ କଥା ହୋଇ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି। ସେ ରାଜ୍ୟକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ପଞ୍ଜାବ ରାଜ୍ୟର ଅଧିକାଂଶ ସ୍ଥାନରେ, ବିଶେଷକରି ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁରଦାସପୁର, ଅମୃତସର, ଫାଜିଲକା, ଫିରୋଜପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବନ୍ୟା ପ୍ଲାବିତ ହୋଇଛି। ଏହି ବନ୍ୟା ଯୋଗୁଁ ଏକ ହଜାରରୁ ଅଧିକ ଗାଁ ପ୍ରଭାବିତ ହୋଇଛି ଏବଂ ୧୫,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୩ ଲକ୍ଷ ଏକର ଜମି ଜଳମଗ୍ନ ହୋଇଛି ଏବଂ ପ୍ରାୟ ୧.୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଶହ ଶହ ଗାଈଗୋରୁଙ୍କର ମଧ୍ୟ ମୃତ୍ୟୁ ହୋଇଛି। ରାଜ୍ୟ ସରକାର ଭାରତୀୟ ସେନା, ବାୟୁସେନା, ବିଏସଏଫ, ଏନଡିଆରଏଫ, ଏସଡିଆରଏଫ, ପଞ୍ଜାବ ପୋଲିସ, ଏନଜିଓ ଏବଂ ସାଧାରଣ ଜନତାଙ୍କ ସହିତ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button