ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ପରୀକ୍ଷାର୍ଥୀ ମୃତ, ୪ ଲକ୍ଷ ଟଙ୍କା ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେବଗଡ଼ରେ ହୋମ୍‌ଗାର୍ଡ ପାଇଁ ହେଉଥିବା ଶାରିରୀକ ପରୀକ୍ଷା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହିତ ମୁଖ୍ୟମନ୍ତ୍ରୀ ମୃତ ପରୀକ୍ଷାର୍ଥୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉକ୍ତ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ହୋମଗାର୍ଡ ପରୀକ୍ଷା ବେଳେ ଦେବଗଡ଼ରେ ଏକ ଦୁଃଖଦ ଘଟଣା ଘଟିଛି। ଏହି ପରୀକ୍ଷା ପାଇଁ ଦୌଡ଼ିବା ସମୟରେ ଜଣେ ପରୀକ୍ଷାର୍ଥୀ ଅସୁସ୍ଥ ହୋଇ ପଡ଼ିଥିଲେ। ମୃତ ପରୀକ୍ଷାର୍ଥୀ ଜଣକ ହେଲେ ବୁଡ଼ିଦୋ ଗ୍ରାମର ପ୍ରଦୀପ ଦେହୁରୀଙ୍କ ପୁଅ ସାହେବ(୧୯)। ବୁଧବାର ଦୌଡୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ସାହେବ। ତାଙ୍କୁ ସଙ୍ଗେ ସଙ୍ଗେ ଦେବଗଡ଼ ଜଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁବାର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button