ପ୍ରବଳ ଜାଡ଼ରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର: ଦିନକୁ ଦିନକୁ ପାରଦ ତଳମୁହାଁ ହେବାରେ ଲାଗିଛି । ତାସାଙ୍ଗକୁ ପ୍ରବଳ ଥଣ୍ଡାକୁ ଜାଡ । ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ଭ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢିବାରେ ଲାଗିଛି । ସେହିପରି ଗତ ୪ ଦିନ ହେବ ଦୈତନଗରୀ କଟକ, ଭୁବନେଶ୍ୱରରେ ମଧ୍ୟ ପାରଦ ୧୪ ଡିଗ୍ରୀକୁ ଖସିଛି । ସକାଳୁ କୁହୁଡି ଯୋଗୁଁ ଦୂରକୁ ଦୂଶ୍ୟମାନ ହେଉନାହିଁ । ଫଳରେ କେହି ଘରୁ ବାହାରୁ ନାହାନ୍ତି । ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି ଯେଭଳି ଥଣ୍ଡା ପଡୁଛି ବାହାରକୁ ବାହାରିଲେ ହାତ ଗୋଡ଼ ମୁଣ୍ଡ କାଲ ହୋଇଯାଉଛି। ସଞ୍ଜ ନଇଁଲେ ସହର ରାସ୍ତା ଖାଁ ଖାଁ ଲାଗୁଛି । ଶୂନଶାନ ଲାଗୁଛି ସଡ଼କ, ଦୋକାନ ଓ ବଜାର। ପାଣିପାଗ ବିଭାଗ ସୂଚନାନୁସାରେ ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବା ସହ ଜାଡ଼ ବଢ଼ିବ।

Related Articles

Leave a Reply

Your email address will not be published. Required fields are marked *

Back to top button