ଆସନ୍ତା ୧ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର; ଓମସା ଦେଲା ଚେତାବନୀ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ 1ରୁ ଆରମ୍ଭ ହେବ ଡାକ୍ତରମାନଙ୍କର ଆନ୍ଦୋଳନ । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଡାକ୍ତରମାନଙ୍କ ତରପରୁ ଚେତାବନୀ ଦିଆଯାଇଛି । ଏ ନେଇ ଏକ ପ୍ରେସମିଟ କରି ଚେତାବନୀ ଦେଇଛି ଓମସା । କେନ୍ଦ୍ରୀୟ ହାରରେ ଦରମା, ଅବସର ବୟସ ବୃଦ୍ଧି ଇତ୍ୟାଦି ପାଇଁ ଓମସା ଦାବି କରିଛି । ଏହାସହିତ ଆଡହକ୍ ଡାକ୍ତରମାନଙ୍କୁ ସ୍ଥାୟୀ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ତେବେ ଏହିସବୁ ସରକାରଙ୍କ ଦ୍ୱାରା ପୂରଣ କରା ନଗଲେ ଫେବୃଆରୀ ୧ ତାରିଖରୁ ଡାକ୍ତରମାନେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛି ଓମସା ।

Related Articles

Leave a Reply

Your email address will not be published.

Back to top button