ବଢିଲା ମୃତ୍ୟୁ ସଂଖ୍ୟା, ଘଟଣାସ୍ଥଳର ଦୂରରୁ ମିଳିଲା ଶବ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ୨୭୫ ରୁ ୨୮୮ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସେ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ କରିବା ପରେ ପୁଣି ଥରେ ଜିଲ୍ଲା ପ୍ରଶାସନ ଦୁର୍ଘଟଣାସ୍ଥଳର ଦୁଇ ପଟର ପ୍ରାୟ ଦୁଇଶହ ଫୁଟ ପର୍ଯ୍ୟନ୍ତ କମ୍ବିଂ ଅପରେସନ କରିଥିଲେ। ଏହି ଅପରେସନ ବେଳେ ସେଠାରେ କେତେକ ମୃତଦେହ ପରିଲକ୍ଷିତ ହୋଇଥିଲା। ସେସବୁକୁ ମିଶାଇଲେ ଟ୍ରେନ ଦୁର୍ଘଟଣାର ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ହେଲା ୨୮୮ ବୋଲି ଶ୍ରୀ ଜେନା କହିଛନ୍ତି। ବାଲେଶ୍ବର ଜିଲ୍ଲାପାଳଙ୍କ ତଥ୍ୟ ଅନୁସାରେ ସେମାନେ ଭୁବନେଶ୍ୱରକୁ ୧୯୩ଟି ମୃତଦେହ ପଠାଇଥିଲେ। ବାଲେଶ୍ୱର ଜିଲ୍ଲାରେ ୯୪ଟି ମୃତଦେହକୁ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଛି। ସେହିଭଳି ଭଦ୍ରକରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏସବୁକୁ ମିଶାଇଲେ ଶେଷ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଛି ବୋଲି ଶ୍ରୀ ଜେନା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button