ଭିଏଲଡବ୍ଲୁଙ୍କୁ ମରଣାନ୍ତକ ଆକ୍ରମଣ, ୧୦୦ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ନୀରବ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆଳିଥାନା ଅନ୍ତର୍ଗତ ଚନ୍ଦନନଗର ଗ୍ରାମନିବାସୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ପଞ୍ଚାୟତର ଭିଏଲଡବ୍ଲୁ ଅନନ୍ତ ବିଶ୍ୱାଳଙ୍କ ଉପରେ ଗତକାଲି ସକାଳେ ଚନ୍ଦନନଗର ଗ୍ରାମର ବିଜେଡି ଦଳର ସରପଞ୍ଚଙ୍କ କେତେକ କର୍ମୀ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଅନନ୍ତ ଗତ ୬ ତାରିଖ ଦିନ ସକାଳେ ମର୍ଣ୍ଣିଂୱାକରେ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିବା ଅନନ୍ତଙ୍କ ପତ୍ନୀ ଆଳିଥାନାରେ ୮ ତାରିଖ ଦିନ ଅଭିଯୋଗ କରିଛନ୍ତି। ଆକ୍ରମଣ ରେ ଅନନ୍ତଙ୍କ ଗୋଡ଼,ହାତ ଭାଙ୍ଗିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅନନ୍ତଙ୍କୁ ପ୍ରଥମେ ଆଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

 

ଏନେଇ ଆଳି ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ଆଳି ପୋଲିସ ଘଟଣା ଘଟିବାର ୧୦୦ ଘଣ୍ଟା ବିତିଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି , ଯାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୁକ୍ତମାନେ ଶାସକ ଦଳର ବୋଲି ପୋଲିସ ଆକ୍ସନ ନେବାକୁ ପଛାଉଛି ବୋଲି ଲୋକେ କହିବାକୁ ଆରମ୍ଭ କରିଦେଲେଣି । ଅନନ୍ତଙ୍କୁ ଏ ଆକ୍ରମଣ ପଛର ଅଭିସନ୍ଧି କଣ, ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Related Articles

Leave a Reply

Your email address will not be published.

Back to top button