ବଦଳିଲା ଛାତ୍ରୀଛାତ୍ରଙ୍କ ୟୁନିଫର୍ମ ରଙ୍ଗ

ଭୁବନେଶ୍ୱର: ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ ରଙ୍ଗ ବଦଳିଛି। ସବୁଜ ରଙ୍ଗ ବଦଳରେ ଏଣିକି ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରୀଛାତ୍ର । ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ର ପରିଧାନ ଯୋଜନା ଅଧୀନରେ ଥିବା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଏହା ଲାଗୁହେବ । ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଡିଜାଇନ ଓ ରଙ୍ଗର ୟୁନିଫର୍ମ ଲାଗୁ ହେବ। ଯେଉଁଠାରେ ପୁରୁଣା ଡିଜାଇନ ୟୁନିଫର୍ମ ବଣ୍ଟନ ହୋଇନି ସେଠାରେ ଏହା ପ୍ରଥମେ ଲାଗୁ ହୋଇପାରିବ। ତେବେ ଏହା କେବେଠୁ ଲାଗୁ ହେବ ନୂଆ ଶିକ୍ଷା ବର୍ଷ ଆରମ୍ଭରୁ କି ଏବେଠାରୁ ତାକୁ ନେଇ କୌଣସି ସୂଚନା ମିଳିପାରି ନାହିଁ । ଉଭୟ ଛାତ୍ର ଓ ଛାତ୍ରୀଙ୍କ ପ୍ୟାଣ୍ଟ ରଙ୍ଗ ଇଷତ୍‌ ଖଇରିଆ ରଙ୍ଗ କରାଯାଇଥିବାବେଳେ ଚନ୍ଦନ ରଙ୍ଗର ଚେକ୍‌ ସାର୍ଟ କରାଯାଇଛି। ସେହିପରି ଛାତ୍ରୀମାନଙ୍କ ପାଇଁ ଇଷତ୍‌ ଖଇରିଆ ରଙ୍ଗର ଜ୍ୟାକେଟ୍‌ ମଧ୍ୟ ରହିଛି। ଯେଉଁ ବିଦ୍ୟାଳୟରେ ପୁରୁଣା ଡିଜାଇନ୍‌ରେ ପୋଷାକ ବିତରଣ ସରି ନ ଥିବ କିମ୍ବା ସିଲାଇ କରିବାକୁ ଦିଆଯାଇ ନ ଥିବ ସେହି ବିଦ୍ୟାଳୟରେ ଏହି ନୂଆ ଡିଜାଇନ୍‌ ପୋଷାକ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହା ବଣ୍ଟନ କରାଯିବ। ମଙ୍ଗଳବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

Related Articles

Leave a Reply

Your email address will not be published.

Back to top button