ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୫ଟି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍

ଭୁବନେଶ୍ବର: ରାଜ୍ୟରେ ଆଜି ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିକ୍ରମରେ କନ୍ଧମାଳ ଜିଲ୍ଲାରେ ୫୦ଟି ବସ୍‌ର ଶୁଭାରମ୍ଭ ହୋଇଛି। ଏହି ବସ ପ୍ରତି ପଞ୍ଚାୟତରୁ ବ୍ଳକ୍ ମୁଖ୍ୟାଳୟକୁ ଗଡିବ। ଏହି ସେବା ଦ୍ୱାରା ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସହ ସାଧାରଣ ଲୋକମାନେ ବେଶ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବରେ କହିଛନ୍ତି ।  କନ୍ଧମାଳ ଜିଲ୍ଲାରେ ୨୭ଟି ବସ ଆସିଥିବା ବେଳେ ଆଉ ୨୩ଟି ବସ ଚାଲିବ । କନ୍ଧମାଳ ରେ ସମୁଦାୟ ଗଡ଼ିଲା ୫୦ ଲକ୍ଷ୍ମୀ ବସ ୧୭୧ ପଞ୍ଚାୟତର ଲକ୍ଷାଧିକ ଲୋକେ ଉପକୃତ ହେବେ। ମିଶନ ଶକ୍ତି ମହିଳାଙ୍କୁ ରୋଜଗାର ଦେବା ପାଇଁ ଏହି ବସ୍ ପରିଚାଳନା ଭାର ମହିଳାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତା ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହି ଅବସରରେ କନ୍ଧମାଳ ଷ୍ଟାଡିୟମ୍ ଠାରେ ସ୍ୱତନ୍ତ୍ର ସଭାର ଆୟୋଜନ ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button