୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦିର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଭବ୍ୟ ମନ୍ଦିର ସାଙ୍ଗକୁ ପୀଠର ବିଭିନ୍ନ ଉନ୍ନତିକରଣ ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମାଗାଦି ଯାଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଅଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଷ୍କପଟତା, ସରଳତା ଓ ସ୍ବଚ୍ଛତା ପାଇଁ ଭାରତ ସମେତ ସାରା ବିଶ୍ୱରେ ମହିମା ଧର୍ମ ପ୍ରସିଦ୍ଧି ଲାଭ କରିଛି । ଏଥିପାଇଁ ଭାରତ ବର୍ଷର ଆଧ୍ୟାତ୍ମିକ ମାନଚିତ୍ରରେ ଢେଙ୍କାନାଳର ମହିମାଗାଦି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ମହିମାଗାଦିରେ ଭବ୍ୟ ମନ୍ଦିର ନିର୍ମାଣ ଓ ବିଭିନ୍ନ ମନ୍ଦିରର ଉନ୍ନତିକରଣ ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପ ସମେତ ଓ ରାଜ୍ୟର ମୋଟ୍ ୮୧ଟି ମହିମା ପୀଠ ପାଇଁ ଖର୍ଚ୍ଚ କରାଯିବ ୧୬୦ କୋଟି ଟଙ୍କା । ଆଗାମୀ ୩ ବର୍ଷ ମଧ୍ୟରେ ଏହିସବୁ ପ୍ରକଳ୍ପ ଶେଷ ହେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button