୩ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜେଏସ୍‌ଡବ୍ଲୁ ଗ୍ରୁପ୍‌ ଓଡ଼ିଶାର ପାରାଦୀପରେ ଏକ ବୃହତ୍‌ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି ।ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ବାର୍ଷିକ ୧୩.୨ ଏମ୍‌ଟିପିଏ କ୍ଷମତାଯୁକ୍ତ ଏହି ସମନ୍ୱିତ ଷ୍ଟିଲ୍‌ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି । ଏହାସହିତ ୫୨ ଏମ୍‌ଟିପିଏ ଅଲ୍‌-ୱେଦର, ମଲ୍‌ଟି କାର୍ଗୋ, ଗ୍ରୀନ୍‌ଫିଲ୍ଡ କ୍ୟାପ୍ଟିଭ୍‌ ଜେଟ୍ଟିର ବି ଶିଳାନ୍ୟାସ କରଛନ୍ତି ମୁଖ୍ୟମନ୍ତ୍ରୀ । ଜେଏସ୍‌ଡବ୍ଲୁ ଷ୍ଟିଲର ପୂର୍ଣ୍ଣ ଅଧିକୃତ ସହାୟକ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ୍‌ ଦ୍ୱାରା ଏହି ସମନ୍ୱିତ ଷ୍ଟିଲ ପ୍ଲାଣ୍ଟର ବିକାଶ କରାଯାଉଛି । ୨୦୨୨ରେ ଜେଏସ୍‌ଡବ୍ଲୁ ଷ୍ଟିଲ ପର୍ୟ୍ୟାୟ କ୍ରମେ ୬୫,୦୦୦ କୋଟି ଟଙ୍କା ନିବେଶରେ ଓଡ଼ିଶାରେ ଏକ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବା ଲାଗି ଘୋଷଣା କରିଥିଲା । ଏହି ପ୍ରକଳ୍ପ ଜମି ପାରାଦୀପ ବନ୍ଦର ନିକଟରେ ରହିଛି, ଯାହାକୁ ପୂର୍ବରୁ କୋରିଆ କମ୍ପାନି ପୋସ୍କୋ ପାଇଁ ଧାର୍ୟ୍ୟ କରାଯାଇଥିଲା । ସେଠାରେ ୧୨ ଏମ୍‌ଟିପିଏ ଷ୍ଟିଲ୍‌ ପ୍ଲାଣ୍ଟ କରିବା ପାଇଁ ପୋସ୍କୋ ଯୋଜନା ରଖିଥିଲା । କିନ୍ତୁ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଆନ୍ଦୋଳନ ଏବଂ ପରିବେଶ ମଞ୍ଜୁରୀରେ ବିଳମ୍ବ ଯୋଗୁ ପୋସ୍କୋ ଉକ୍ତ ପ୍ରକଳ୍ପରୁ ଓହରିଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button