ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ

ଭୁବନେଶ୍ୱର: ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ । ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଶିଳ୍ପପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ତପନ ପ୍ରସାଦ ଆଚାର୍ୟ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ହୋଇଥିବା ଜଣାପଡିଛି । ଘର ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ । ତିନି ଦିନ ତଳେ ସେ କର୍ପୋଟରେ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ ଏବଂ ଏହି ଗେଷ୍ଟ ହାଉସରେ ରହିଥିଲେ । ତେବେ କେମିତି ତାଙ୍କର ମୃତ୍ୟୁ ହେଲା, ଏହା ହତ୍ୟା ନା ଆଉ କିଛି କାରଣ ରହିଛି ସେନେଇ କିଛି ସ୍ପଷ୍ଟ ହୋଇନି । କିନ୍ତୁ ସେ ରହୁଥିବା ରୁମ ସାରା ରକ୍ତ ପଡିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଗୁରୁବାର ଅପରାହ୍ନରେ ମୈତ୍ରୀ ବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଗତକାଲି ତାଙ୍କ ମୃତଦେହ ମିଳିଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ମୃତଦେହଟି ପଚିସଢି ଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ତେଣୁ ତାଙ୍କର ମୃତ୍ୟୁ ୪୮ ଘଣ୍ଟାରୁ ଅଧିକ ସମୟ ହେଲା ହୋଇଥିବା ଅନୁମାନ କରାଯାଉଛି । ହୋଟେଲ ରୁମର ଖଟ ତଳେ ପଡିଥିଲା ମୃତଦେହ । ଏଥିସହ ରୁମ ସାରା ରକ୍ତ ଦେଖିବାକୁ ମିଳିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button