ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ସିବିଆଇ ଟିମ୍

ଭୁବନେଶ୍ବର: ଆଜି ସକାଳେ ସିବିଆଇର ଦଶ ଜଣିଆ ଟିମ ବାଲେଶ୍ବରର ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଏହିପରି ଏକ ଭୟଙ୍କର ଦୁର୍ଘଟଣା କିପରି ହେଲା ସେ ନେଇ ତଦନ୍ତ କରିବେ। ଏ ନେଇ ରେଳ ବୋର୍ଡ ତରଫରୁ ସିବିଆଇକୁ ଅନୁରୋଧ କରାଯାଇଥିଲା। ସେହି ଅନୁସାରେ ଏହି ଟିମ ତଦନ୍ତ ଆରମ୍ଭ କରିଛନ୍ତି। ମୁଖ୍ୟତଃ ଏହି ଦୁର୍ଘଟଣା ପଛରେ ଚକ୍ରାନ୍ତ ରହିଛି ବୋଲି ସନ୍ଦେହ ପ୍ରକାଶ ପାଇଛି। କାରଣ ବର୍ତ୍ତମାନ ବୈଷୟିକ ବା ଆଇଟି ପଦ୍ଧତି ଅନୁସାରେ ଟ୍ରେନ ସିଗନାଲ ପରିଚାଳନା ହେଉଛି। ଗୋଟିଏ ଡାଟା ଭୁଲ ଥିଲେ ସିଗନାଲ କେବେ ଗ୍ରୀନ ହେବ ନାହିଁ। କେବଳ ମାନ୍ୟୁୟାଲ ପଦ୍ଧତିରେ ଏପରି କାମ କରିହେବ। ସେ ନେଇ ସିବିଆଇ ବଡ ଧରଣର ତଦନ୍ତ କରିବ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button