ରତ୍ନଭଣ୍ଡାର ଚାବି ହଜିବା ଘଟଣା, ହାଇକୋର୍ଟଙ୍କ ଜବାବ ତଲବ

ଭୁବନେଶ୍ବର:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଯେଉଁ ନ୍ୟାୟିକ ତଦନ୍ତ ହୋଇଥିଲା, ତାର ରିପୋର୍ଟ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଦାୟର ମାମଲାର ଶୁଣାଣି ହୋଇଛି । ମାମଲାର ଦୁଇ ପକ୍ଷ ମୁଖ୍ୟ ଶାସନ ସଚିବ ଏବଂ ଆଇନ ବିଭାଗର ସଚିବଙ୍କୁ ଏ ସଂକ୍ରାନ୍ତରେ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଜୁଲାଇ ୧୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଲାଗି ଜଷ୍ଟିସ ରଘୁବୀର ଦାସ କମିଶନ ନିଯୁକ୍ତ ହୋଇଥିଲେ । ତେବେ ତଦନ୍ତ ସରିଥିଲେ ମଧ୍ୟ ଏହାର ରିପୋର୍ଟ ସାର୍ବଜନୀନ ହୋଇନାହିଁ । ଯଦ୍ୱାରା ରତ୍ନଭଣ୍ଡାର ମରାମତି ହୋଇପାରୁନି ଏବଂ ଭଣ୍ଡାରରେ କେତେ ରତ୍ନ ଅଛି ତାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇପାରୁନି । ଏସବୁ କିଛିକୁ ନିଜ ପିଟିସନରେ ଉଲ୍ଲେଖ କରି ସମାଜସେବୀ ଦିଲ୍ଲୀପ ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button