ହୋମଗାର୍ଡଙ୍କ ମୃତଦେହ ଟ୍ରେନ୍ ଲାଇନରୁ ଠାବ

ଭୁବନେଶ୍ବର: ଟ୍ରେନ୍ ଲାଇନରୁ ଠାବ ହେଲା ହୋମଗାର୍ଡଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି ଏକ ଘଟଣା ରାୟଗଡ଼ାରେ ଘଟିଛି। ମୃତକ ହେଲେ ହୋମଗାର୍ଡ ଇଶ୍ବର ରାଓ । ସେ SPଙ୍କ ରେସିଡେନ୍ସ ଅଫିସରେ ନିୟୋଜିତ ଥିଲେ । ରାୟଗଡ଼ାରେ ନିଜ ପରିବାର ସହ ରହୁଥିବା ଇଶ୍ୱର ରାୟ ଛୁଟି ନେଇ ଗତ ୩ ଦିନ ବିଶାଖାପାଟଣା ଯାଇଥିଲେ। ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ସେ ଏକା ଯାଇଥିଲେ। ସେଠାରୁ ଗତ ରାତିରେ ସେ ରାୟଗଡ଼ା ଫେରୁଥିଲେ। ମାତ୍ର ରାୟଗଡ଼ା ଷ୍ଟେଶନର ୫୦ ମିଟର ପୂର୍ବରୁ ଟ୍ରାକରୁ ତାଙ୍କ ମୃତଦେହ ଠାବ କରାଯାଇଛି। ଗତ ରାତିରେ ଏ ନେ ଖବର ପ୍ରଚାରିତ ହେବା ପରେ ରେଳ ବିଭାଗ କର୍ତ୍ତୃପକ୍ଷ, ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।

Related Articles

Leave a Reply

Your email address will not be published.

Back to top button