ପାରଦ ପାର କଲା ୪୨ଂ, ବୌଦ୍ଧ ଦେଶର ଉତ୍ତପ୍ତ ସହର

ଭୁବନେଶ୍ୱର : ଆଜି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା ବେଳେ ପଶ୍ଚିମ ଓଡ଼ିଶାର ବୌଦ୍ଧ ସହର ଦେଶର ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ସହର ଝାରସୁଗୁଡା ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସ୍ଥାନରେ ରହିଛି, ଯାହାର ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଥିଲା। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ସେଲସିୟସ ଏବଂ ଅନୁଗୁଳରେ ୪୧.୧ ଡିଗ୍ରୀ ସେଲସିୟସ ଥିଲା। ରାଜ୍ୟର ଅତି କମରେ ତିନୋଟି ସ୍ଥାନ ସୁନ୍ଦରଗଡ଼, ଭବାନୀପାଟଣା ଏବଂ ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଏବଂ ୪୧ ଡିଗ୍ରୀ ସେଲସିୟସ ମଧ୍ୟରେ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ ଏବଂ କଟକରେ ୩୭.୮ ଡିଗ୍ରୀ ସେଲସିୟସ ଥିଲା। “ଆଗାମୀ ତିନି ଦିନ ମଧ୍ୟରେ ଓଡ଼ିଶାର ଜିଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଏହା ପରେ, ପାରଦ ୨-୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି। ଓଡ଼ିଶାରେ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିବ। ପ୍ରବଳ ତାତି ଓ ଖରା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଅନ୍ୟ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଳାଗୁଡ଼ିକ ହେଲା ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧ। ସେହିପରି ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କେନ୍ଦୁଝର, କଯକ, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଏହିପରି ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୧୮ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୬ ସହର। ସେହିଭଳି ୪୦ ଡିଗ୍ରୀ ଟପିଛି ଓଡ଼ିଶାର ୧୩ ସହରର ତାପମାତ୍ରା। ଅପରପକ୍ଷେ ୧୯ ତାରିଖରୁ ତାତିରୁ ମିଳିବ ତ୍ରାହି। ୧୯, ୨୦ ଓ ୨୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଜି ଝାରସୁଗୁଡାରେ ୪୧.୮ଡ଼ିଗ୍ରୀ, ରାଉରକେଲାରେ ୩୯.୮ ଡ଼ିଗ୍ରୀ, ସମ୍ବଲପୁରରେ ୩୯ ଡ଼ିଗ୍ରୀ, ହୀରାକୁଦରେ ୩୮.୪ ଡ଼ିଗ୍ରୀ, କେନ୍ଦୁଝରରେ ଏବଂ ଚାନ୍ଦବାଲିରେ ୩୭.୪ ଡ଼ିଗ୍ରୀ ରେକର୍ଡ ହୋଇଛି । କେନ୍ଦୁଝରରେ ୩୯.୧ ଡ଼ିଗ୍ରୀ, ସମ୍ବଲପୁରରେ ୪୨.୨ ଡ଼ିଗ୍ରୀ, ରାଉରକେଲାରେ ୪୦.୫ ଡ଼ିଗ୍ରୀ, ହୀରାକୁଦରେ ୪୦.୨ ଡ଼ିଗ୍ରୀ ଏବଂ ଚାନ୍ଦବାଲିରେ ୩୯ ଡ଼ିଗ୍ରୀ ରେକର୍ଡ ହୋଇଥିଲା। ସୋନପୁର ୪୧.୨ଂ, ଅନୁଗୁଳ ୪୧.୭ଂ, ଟିଟିଲାଗଡ ୪୧ଂ ରେକର୍ଡ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button