ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ମିଳିଛି। ମୁମ୍ବାଇ ପୁଲିସକୁ ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରେ ଆତଙ୍କୀ ହମ୍‌ଲା ଆଶଙ୍କା ନେଇ ଏକ ଫୋନ୍‌ କଲ୍‌ ମିଳିଛି। ବୁଧବାର ପୁଲିସ କହିଛି ଯେ, ଫେବୃଆରୀ ୧୧ରେ ମୁମ୍ବଇ ପୁଲିସ କଂଟ୍ରୋଲ ରୁମ୍‌କୁ ଏକ କଲ୍‌ ଆସିଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଏବେ ସରକାରୀ ବିଦେଶ ଗସ୍ତରେ ଥିବାରୁ ସୂଚନାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ଅନ୍ୟ ଏଜେନ୍ସିମାନଙ୍କୁ ସୂଚନା ଦେଇ ତଦନ୍ତ ଆରମ୍ଭ କରିଛି। କଲ୍‌ କରିଥିବା ବ୍ୟକ୍ତିଙ୍କୁ ଚେମ୍ବୁର ଅଞ୍ଚଳରୁ ଗିରଫ କରାଯାଇଛି। ସେ ମାନସିକସ୍ତରରେ ଅସୁସ୍ଥ ଥିବା ଜଣାପଡ଼ିଛି। ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ମୁମ୍ବଇ ପୁଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button