କ୍ରିମିଆରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨୯ ମୃତ

ନୂଆଦିଲ୍ଲୀ: କ୍ରିମିଆରେ ବୁଧବାର ସକାଳେ ଏକ ବଡ ବିମାନ ଦୁର୍ଘଟଣା ଘଟିଛି । ଏନେଇ ଋଷିଆନ ଖବର ଏଜେନ୍ସିଗୁଡିକ ରିପୋର୍ଟ କରିଛନ୍ତି । କ୍ରିମିଆରେ ଋଷିଆନ ସାମରିକ ପରିବହନ ବିମାନ ପାହାଡରେ ଧକ୍କା ହେବା ପରେ ଖସିପଡିଛି । ଏଥିରେ ଥିବା ସମସ୍ତ ୨୯ ଜଣଙ୍କର ମୃତ୍ୟୁ ହୋଇଛି । କଣ୍ଟ୍ରୋଲ ରୁମ ସହ ସମ୍ପର୍କ ବିଚ୍ଛିନ୍ନ ହେବା ପରେ ଏଏନ-୨୬ ବିମାନଟି କୃଷ୍ଣ ସାଗର ଉପଦ୍ୱୀପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଉପଦ୍ୱୀପକୁ ୨୦୧୪ ମସିହାରେ ୟୁକ୍ରେନ ଠାରୁ ଋଷିଆ ନିଜ ନିୟନ୍ତ୍ରଣକୁ ନେଇଥିଲା । ଦୁର୍ଘଟଣାସ୍ଥଳ ଠାବ କରାଯାଇଚି । କିନ୍ତୁ ଅଧିକାରୀମାନେ ଏଯାଏଁ ଦୁର୍ଘଟଣାର ସଠିକ ପରିସ୍ଥିତି ବିଷୟରେ ଅଧିକ ସୂଚନା ଦେଇନାହାନ୍ତି । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯାନ୍ତ୍ରିକ ସମସ୍ୟା ଦୁର୍ଘଟଣାର କାରଣ ହୋଇପାରେ । ଋଷ ପ୍ରତିରକ୍ଷା ଅଧିକାରୀମାନେ ଏନେଇ କୌଣସି ବିବୃତି ପ୍ରଦାନ କରିନାହାନ୍ତି । ଏହି ଘଟଣା ଋଷର ସାମରିକପରିବହନ କାର୍ଯ୍ୟର ସୁରକ୍ଷା ବିଷୟରେ ନୂତନ ଚିନ୍ତା ସୃଷ୍ଟି କରିଛି । ଏଏନ-୨୬ ଏକ ଯୁଗ୍ମ ଇଞ୍ଜିନ ଟର୍ବୋପପ ସାମରିକ ପରିବହନ ବିମାନ । ଏହା ୧୯୬୯ ମସିହାରେ ସୋଭିଏତ ୟୁନିଅନରେ ଡିଜାଇନ କରାଯାଇଥିଲା । ୧୯୭୨ ମସିହାରେ ଏହା ସେବାରେ ପ୍ରବେଶ କରିଥିଲା । ଏଏନ-୨୪ର ବିକଶିତ ସଂସ୍କରଣ ଏହି ବିମାନରେ ପଛ ଲୋଡିଂ ରାମ୍ପ ଯୋଡାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button