ରାଜ୍ୟରେ ବଢ଼ିଲା ତାପମାତ୍ରା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ବଢ଼ିବ ବୋଲି ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ସକାଳ ସାଢ଼େ ୧୧ଟା ସୁଦ୍ଧା ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୭.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୭, ଝାରସୁଗୁଡ଼ାରେ ୩୬.୬, ବାଲେଶ୍ୱରରେ ୩୫.୮, ରାଉରକେଲାରେ ୩୫.୪ ଓ ପାରାଦୀପରେ ୩୫.୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଦିନ ସାଢ଼େ ୧୧ଟା ସୁଦ୍ଧା କେନ୍ଦୁଝର ଓ ସମ୍ବଲପୁରର ତାପମାତ୍ରା ୩୪.୬ ଡିଗ୍ରୀ ରହିଥିବା ବେଳେ ଗୋପାଳପୁରରେ ୩୪.୪, ହୀରାକୁଦ ଓ ପୁରୀରେ ୩୪.୩ ଡିଗ୍ରୀ ରହିଛି। ଗତକାଲି ଭୁବନେଶ୍ୱରର ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରୀ ଥିବା ବେଳେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଏହା ୩୭.୪ ଡିଗ୍ରୀରେ ପହଞ୍ଚି ସାରିଲାଣି। ତେଣୁ ତାତି ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

Related Articles

Leave a Reply

Your email address will not be published.

Back to top button