ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ୍‌ ସେବା

ଭୁବନେଶ୍ୱର :- ରେଡ ଜୋନର ୭ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ମୟୂରଭଞ୍ଜ, ଯାଜପୁର ଓ କଟକରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ମାର୍ଗଦର୍ଶନ ଏବଂ ବିଭିନ୍ନ ଟେଲେକମ ପ୍ରଦାନକାରୀ ସଂସ୍ଥା ଯଥା ବିଏସଏନଲ, ଜିଓ, ଏୟାରଟେଲ ଓ ଭୋଡାଫୋନର ସମୁଚିତ ସହଯୋଗରେ ଆଜି ସକାଳ ୮ ଘଟିକା ଠାରୁ ଇଣ୍ଟ୍ରା ସର୍କଲ୍ ରୋମିଂ କାର୍ଯ୍ୟକାରୀ କରାଯାଇଛି ବୋଲି ଇଲୋକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଗୋଟିଏ ଟେଲିକମ କମ୍ପାନୀର ଗ୍ରାହକ ଅନ୍ୟ ଟେଲିକମ କମ୍ପାନୀର ନେଟୱାର୍କ ବ୍ୟବହାର କରିପାରୁଛନ୍ତି । ଗୋଟିଏ ଟେଲିକମ କମ୍ପାନୀର ନେଟୱାର୍କ ଡାଉନ୍ ହୋଇଗଲେ ଅନ୍ୟ ଟେଲିକମ କମ୍ପାନୀର ନେଟୱାର୍କକୁ ଜନସାଧାରଣ ବ୍ୟବହାର କରିପାରୁଛନ୍ତି । ରେଡ ଜୋନର ୭ଟି ଜିଲ୍ଲାର ଜନସାଧାରଣ ଏହା ଦ୍ୱାରା ବିଶେଷ ଭାବରେ ଉପକୃତ ହୋଇପାରୁଛନ୍ତି । ସବୁ ଟାୱାରରେ ମୁଖ୍ୟତଃ ରେଡ ଜୋନରେ ଥିବା ଜ଼ିଲ୍ଲା ଗୁଡିକରେ ଡିଜି ସେଟ ପ୍ରସ୍ତୁତ ରଖାଯାଇଛି । ଟେଲିକମ ପ୍ରଦାନକାରୀ ସଂସ୍ଥା ମଧ୍ୟ ସେଲ ଓନ ହୁଇଲର ବ୍ୟବସ୍ଥା କରିଛନ୍ତି । କୌଣସି ସ୍ଥାନରେ ଟାୱାର ଖରାପ ହେଲେ ଟେଲିକମ କମ୍ପାନୀ ଗୁଡିକର ବୈଷୟିକ ଦଳ ତାହାର ତୁରନ୍ତ ମରାମତି କରିବା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ବରିଷ୍ଠ ଅଧିକାରୀ ଓ ଟେଲିକମ କମ୍ପାନୀ ଗୁଡିକର କର୍ମକର୍ତ୍ତାଙ୍କ ସହ ଲୋକ ସେବା ଭବନ ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଷଦ ଆଲୋଚନା ପରେ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button