ସ୍ଵାତୀ ମାଲିୱାଲ ମାମଲା: ବିଭବ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ସ୍ଵାତୀ ମାଲିୱାଲଙ୍କ ସହ ହୋଇଥିବା ଆକ୍ରମଣ ମାମଲାରେ ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ ଗିରଫ କରିଛି। ବିଭବ କୁମାରଙ୍କ ନାମ ଦିଲ୍ଲୀ ପୋଲିସର ଏଫଆଇଆରରେ ଅଛି। ବର୍ତ୍ତମାନ ତାଙ୍କୁ ଏ ବାବଦରେ ପଚରାଉଚରା କରାଯିବ। ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରୁ ଗିରଫ କରିଛି। ତାଙ୍କୁ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନକୁ ନିଆଯାଇଛି। ବିଭବ କୁମାର କହିଛନ୍ତି ଯେ, ସେ ମିଡିଆ ମାଧ୍ୟମରେ ଏଫଆଇଆର ବିଷୟରେ ସୂଚନା ପାଇଛନ୍ତି। ଏଥିସହିତ ବିବେକ କୁମାର ମଧ୍ୟ ଇମେଲ ମାଧ୍ୟମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଦିଲ୍ଲୀ ପୋଲିସ ଗ୍ରହଣ କରିବା ଉଚିତ ବୋଲି ବିବେକ ଆବେଦନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ କୌଣସି ନୋଟିସ ମିଳିନାହିଁ। ବିଭବ କୁମାରଙ୍କ ବିରୋଧରେ ସ୍ଵାତୀ ମାଲିୱାଲ ଗୁରୁତର ଅଭିଯୋଗ ଆଣିଛନ୍ତି। ସ୍ଵାତୀ ମାଲିୱାଲ କହିଛନ୍ତି ଯେ, ଯେତେବେଳେ ସେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲେ, ସେତେବେଳେ ବିଭବ କୁମାର ତାଙ୍କ ସହ ଅସଦାଚରଣ କରି ତାଙ୍କୁ ପିଟିଥିଲେ। ଅନ୍ୟପକ୍ଷରେ ସ୍ଵାତୀ ମାଲିୱାଲଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ଏଫ୍ଆଇଆର୍ ପରେ ସ୍ଵାତୀ ମାଲିୱାଲଙ୍କ ଡାକ୍ତରୀ ପରୀକ୍ଷା AIIMS ରେ କରାଯାଇଥିଲା। ଯାହାର ରିପୋର୍ଟରେ କୁହାଯାଇଛି ଯେ, ସ୍ଵାତୀଙ୍କ ବାମ ଗୋଡରେ ଏବଂ ଡାହାଣ ଆଖିରେ ଆଘାତ ଚିହ୍ନ ରହିଛି।

Related Articles

Leave a Reply

Your email address will not be published.

Back to top button