ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଭୁବନେଶ୍ବର: ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ସଦର ଥାନା ଅଞ୍ଚଳରେ । ଉତ୍ତମାପୁର ଅଞ୍ଚଳରେ ରହିଥିବା ନିଶା ମୁକ୍ତି କେନ୍ଦ୍ରରେ ଏହି ଅଘଟଣ ଘଟିଛି । ମୃତ ଯୁବକ ହେଲେ ସୌମ୍ୟରଞ୍ଜନ ଦାସ । ତାଙ୍କ ଘର ଜଟଣୀ ଅଞ୍ଚଳରେ ସେ ଇଞ୍ଜିନିୟରିଂ ପାଠ ଶେଷ କରିବା ପରେ ମୁମ୍ବାଇରେ ଚାକିରୀ କରୁଥିଲେ । ଅବସାଦରେ ରହୁଥିବାରୁ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୩ମାସ ହେବ ସେ ସେଠାରେ ରହୁଥିଲେ । ତେବେ ପରିବାର ଲୋକମାନେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କୁ ପଚରାଉଚରା କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button