ସରିଲା ଲୁଚକାଳି: ଅମୃତପାଲ ସିଂହର ଆତ୍ମସମର୍ପଣ

ଚଣ୍ଡିଗଡ଼: ଆତ୍ମସମର୍ପଣ କଲା ଓ୍ବାରିସ ଦେ ପଞ୍ଜବ ସଂଗଠନର ମୁଖ୍ୟ ଅମୃତପାଲ ସିଂହ । ଫେରାରର ୩୬ ଦିନ ପରେ ଦୁର୍ଦ୍ଦାନ୍ତ ଅପରାଧି ତଥା ଖଲିସ୍ତାନୀ ସମର୍ଥକ ଶେଷରେ ପଞ୍ଜାବ ମେଗା ପୋଲିସ ଥାନାରେ ସରେଣ୍ଡର କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ ପରେ ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଛି । ଗତ ମାର୍ଚ୍ଚ ୧୮ରୁ ଅମୃତପାଲ ପୋଲିସକୁ ଚକ୍‌ମା ଦେଇ ଖସିଯାଇଥିଲା। ପଞ୍ଜାବ ପୋଲିସ ଅମୃତପାଲକୁ ୱାଣ୍ଟେଡ୍ ଘୋଷଣା କରି ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଡେରା ପକାଇଥିଲା । ପଞ୍ଜାବ, ଉତ୍ତର ପ୍ରଦେଶ ସହିତ ନେପାଳରେ ମଧ୍ୟ ପୋଲିସ ଛାନଭିନ୍ନ କରିଥିଲା । ଖଲିସ୍ତାନୀ ସମର୍ଥକ ଅମୃତପାଲ ନାଁରେ ଅନେକ ଅପରାଧିକ ମାମଲା ରହିଛି । ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ପୋଲିସକୁ ଚକମା ଦେଇ ଫେରାର୍ ଥିଲା । କିଛି ଦିନ ପୂର୍ବରୁ ଅମୃତପାଲର ନିକଟ ସମ୍ପର୍କୀୟ ପପ୍ପଲପ୍ରୀତ ସିଂହକୁ ପୋଲିସ ଗିରଫ କରିଥିଲା । ଏହା ସହିତ ଅନ୍ୟ ଏକ ସାଥୀ ଯୋଗା ସିଂହକୁ ଫତେଗଡ଼ ସାହିବ ଜିଲ୍ଲାରୁ ପଞ୍ଜାବ ପୋଲିସ ଗିରଫ କରିଥିଲା । ବାରମ୍ବାର ପୋଲିସକୁ ଚକମା ଦେଉଥିଲା ଏହି ମୋଷ୍ଟ ଓ୍ବାଣ୍ଟେଡ୍ ଅମୃତପାଲ ।

Related Articles

Leave a Reply

Your email address will not be published.

Back to top button