ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି: ସ୍ୱାମୀଙ୍କ ଠାରୁ ରକ୍ଷଣାବେକ୍ଷଣ ଭତ୍ତା ପାଇବେ ମୁସଲମାନ ମହିଳା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ସିଆରପିସି ର ଧାରା ୧୨୫ ଅନୁଯାୟୀ ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କ ରକ୍ଷଣାବେକ୍ଷଣ ଦାବି କରିପାରିବେ। ସୁପ୍ରିମକୋର୍ଟରେ ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଦେବା ପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଜଣେ ମୁସଲମାନ ବ୍ୟକ୍ତି ଚ୍ୟାଲେଞ୍ଜ କରିଥିଲେ। ବୁଧବାର ଏହି ଆବେଦନ ଶୁଣାଣି ବେଳେ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ମହମ୍ମଦ ଅବଦୁଲ ସମଦ ନାମକ ଜଣେ ବ୍ୟକ୍ତି ଏହି ପିଟିସନ ଦାଖଲ କରିଥିଲେ। ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ମହମ୍ମଦ ଅବଦୁଲ ସମଦଙ୍କ ଦ୍ଵାରା ଛାଡପତ୍ର ହୋଇଥିବା ପତ୍ନୀଙ୍କୁ ସିଆରପିସି ର ଧାରା ୧୨୫ ଅନୁଯାୟୀ ରକ୍ଷଣାବେକ୍ଷଣ ଦେବାର ନିର୍ଦ୍ଦେଶ ବିରୋଧରେ ଦେଇଥିବା ଆବେଦନକୁ ଖାରଜ କରିଛନ୍ତି। ଅଦାଲତ କହିଛନ୍ତି ଯେ, ‘ମୁସଲିମ୍ ମହିଳା (ଛାଡପତ୍ର ଉପରେ ସଂରକ୍ଷଣ ଅଧିକାର) ଅଧିନିୟମ ୧୯୮୬’ ଧର୍ମନିରପେକ୍ଷ ଆଇନକୁ ଏଡ଼ାଇ ଦେଇପାରିବ ନାହିଁ। ଜଷ୍ଟିସ ନାଗରତ୍ନା ଏବଂ ଜଷ୍ଟିସ ମସିହ ଅଲଗା ଅଲଗା, କିନ୍ତୁ ସର୍ବସମ୍ମତ ବିଚାର କରିଥିଲେ। ମହମ୍ମଦ ସମଦଙ୍କୁ ୧୦ ହଜାର ଟଙ୍କା ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button